[go: nahoru, domu]

Jump to content

ଭଗିନୀ ନିବେଦିତା

ଉଇକିପିଡ଼ିଆ‌ରୁ
୧୩:୪୫, ୧ ଅପ୍ରେଲ ୨୦୨୨ ବେଳେ PsubhashishBot (ଆଲୋଚନା | ଅବଦାନ) (ବହୁପ୍ରଚଳିତ ଶବ୍ଦ ("ପଢିଲେ" ବଦଳରେ "ପଢ଼ିଲେ") (via JWB)) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ଭଗିନୀ ନିବେଦିତା
Image of Sister Nivedita, sitting!
ଭଗିନୀ ନିବେଦିତା
ଜନ୍ମ
Margaret Elizabeth Noble

(1867-10-28)୨୮ ଅକ୍ଟୋବର ୧୮୬୭
ମୃତ୍ୟୁ୧୩ ଅକ୍ଟୋବର ୧୯୧୧(1911-10-13) (ବୟସ ୪୩)
ଜାତୀୟତାScots-Irish
ବୃତ୍ତି(ସମୂହ)ସମାଜସେବୀ,ଲେଖିକା
ପିତାମାତା(s)Samuel Richmond Noble (father) and Mary Isabel (mother)

ମାଗରିଟ୍ ଏଲିଜାବେଥ୍ ନୋବେଲ୍‌ଙ୍କ ଜନ୍ମ ୨୮ ଅକ୍ଟୋବର, ୧୮୬୭ରେ ଆୟର୍ଲ୍ୟାଣ୍ଡର ଦୁଙ୍ଗାନାଁନ ଗ୍ରାମରେ ହୋଇଥିଲା।

ତାଙ୍କ ମାତାଙ୍କ ନାମ ମୈରୀ ଇସାବେଲ୍ ଓ ପିତାଙ୍କ ନାମ ସୈମୁଅଲ୍ ରିଚ୍‌ମଣ୍ଡ୍ ନୋବେଲ୍ ଥିଲା।ନୋବେଲ୍‌ଙ୍କ ବଂଶଜ ସ୍କଟିଜ୍ ଥିଲେ କିନ୍ତୁ କିନ୍ତୁ ସେ ନିଜ ପିଲାଦିନ ଆୟର୍ଲ୍ୟାଣ୍ଡରେ ଅତିବାହିତ କରିଥିଲେ।ତାଙ୍କ ପିତା ଜଣେ ପୂଜାରୀ ଥିଲେ,ଯିଏକି ଭଗିନୀ ନିବେଦିତାଙ୍କୁ ବହୁତ ମହତ୍ତ୍ୱପୂର୍ଣ୍ଣ କଥା ଶିଖାଇଥିଲେ,"ମଣିଷର ପୂଜା କରିବା ଭଗବାନଙ୍କ ପୂଜା କରିବା ସହ ସମାନ"।ଯେତେବେଳେ ଭଗିନୀ ନିବେଦିତା ଏକ ବର୍ଷର ହୋଇଥିଲେ ସେତେବେଳେ ସୈମୁଅଲ୍ ଇଂଲଣ୍ଡର ମଞ୍ଚେଷ୍ଟର୍ ଚାଲିଗଲେ।ସେତେବେଳେ କିଶୋରୀ ନିବେଦିତା ନିଜ ଆଇଙ୍କ ସହ ହୈମିଲ୍‌ଟନ୍, ଆୟାର୍ଲ୍ୟାଣ୍ଡ୍‌ରେ ରହୁଥିଲେ।ସେ ଯେତେବେଳେ ୪ ବର୍ଷର ହେଲେ ସେତେବେଳେ ସେ ନିଜ ପିତାଙ୍କ ସହ ରହିଲେ।

ମାଗରିଟ୍‌ଙ୍କ ପିତା ସୈମୁଅଲ୍‌ଙ୍କ ୧୮୭୭ ମସିହାରେ ଦେହାନ୍ତ ହୋଇଥିଲା, ସେହି ସମୟରେ ଭଗିନୀ କେବଳ ୧୦ ବର୍ଷର ଥିଲେ।ସେତେବେଳେ ମାଗରିଟ୍‌ଙ୍କ ସବୁ ଦାୟିତ୍ୱ ତାଙ୍କ ଆଇ ନେଇଥିଲେ।ମାଗରିଟ୍ ତାଙ୍କ ପ୍ରାଥମିକ ଶିକ୍ଷା ଲଂଣ୍ଡନ୍‌ର ଚର୍ଚ ବୋର୍ଡିଙ୍ଗ ସ୍କୁଲ୍‌ରେ ଆରମ୍ଭ କରିଥିଲେ। ଏହାପରେ ସେ ଓ ତାଙ୍କ ଭଉଣୀ ହୈଲିଫେକ୍ସ କଲେଜ୍‌ରେ ପଢ଼ିଲେ।ସେହି କଲେଜର ଅଧ୍ୟାପିକା ତାଙ୍କୁ ଜୀବନର ଉପଯୋଗୀ କେତେ ମହତ୍ତ୍ୱପୂର୍ଣ୍ଣ କଥା ଓ ବଳିଦାନ ବିଷୟରେ ଶିଖାଇଲେ।କଳା,ବାଦ୍ୟ,ପଦାର୍ଥ ବିଜ୍ଞାନ,ସାହିତ୍ୟ ଥିବା ବିଷୟକୁ ଭଗିନୀ ନିବେଦିତା ଅଭ୍ୟାସ କରୁଥିଲେ। ସେ ୧୭ ବର୍ଷବୟସରେ ପିଲାଙ୍କୁ ପଢାଇବାକୁ ଲାଗିଲେ।

ଆଧାର[ସମ୍ପାଦନା]

ଛାଞ୍ଚ:ସ୍ୱାମୀ ବିବେକାନନ୍ଦ