ଉଦ୍ୟମ ସଂସାଧନ ଯୋଜନା (ଇଆର୍ପି)
ଉଦ୍ୟମ ସଂସାଧନ ଯୋଜନା – ଇଆର୍ପି (ଈଂରାଜୀରେ enterprise resource planning - ERP) ହେଉଛି ପ୍ରଯୁକ୍ତି ବିଦ୍ୟା ବା କୌଣସି ସଫ୍ଟୱେର୍ ସହାୟତାରେ ଏକ ଉଦ୍ୟୋଗ, ସଂସ୍ଥାନ (ଅବା କମ୍ପାନୀ)ର ସମସ୍ତ ପ୍ରକାରର ବ୍ୟବସାୟିକ ପ୍ରକ୍ରିୟାର ପରିଚାଳନା କରିବା । ବ୍ୟବସାୟରେ ଦୈନନ୍ଦିନ ଜୀବନର ଲେଖା ଓ କାର୍ଯ୍ୟକଳାପର ଏକ ଚିତ୍ର ସାଧାରଣତଃ ଏହି ଇଆର୍ପି ସଫ୍ଟୱେର୍ ବା ବ୍ୟବସ୍ଥା (ଈଂରାଜୀରେ System) ମଧ୍ୟରେ ପ୍ରସ୍ଫୁଟିତ ଓ ଗଚ୍ଛିତ ହେଉଥାଏ ।
ଇଆର୍ପିକୁ ଏକ ପ୍ରକାରର ବ୍ୟବସାୟ-ପରିଚାଳନା ସଫ୍ଟୱେର୍ ଭାବେ ଗଣନା କରାଯାଇଥାଏ । ଏହି ଇଆର୍ପି ବ୍ୟବସ୍ଥା ମଧ୍ୟରେ ଅନେକ ପ୍ରକାରର ଆପ୍ଲିକେସନ୍ ସଫ୍ଟୱେର୍ ରହିଥାନ୍ତି, ଯେଉଁମାନଙ୍କ ଉପଯୋଗ କରି ସଂସ୍ଥାନର ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପର ତଥ୍ୟ ଗଚ୍ଛିତ କରି ରଖାଯାଏ ଓ ଆବଶ୍ୟକତା ଅନୁସାରେ ଏହାର ବିଶ୍ଳେଷଣ କରି କୌଣସି ବ୍ୟବସାୟିକ ନିଷ୍ପତ୍ତି ନେବାରେ ସହାୟତା ମିଳିଥାଏ ।
ଇଆର୍ପି ବିଭିନ୍ନ ବ୍ୟବସାୟିକ ପ୍ରକ୍ରିୟାର ତଥ୍ୟ ନିରବଚ୍ଛିନ୍ନ ଭାବରେ ଗୋଟିଏ ତଥ୍ୟାଗାର (ଈଂରାଜୀରେ Database - ଡେଟାବେସ୍) ମଧ୍ୟରେ ସଂଗ୍ରହ କରି ରଖୁଥିବାରୁ ଯେକୌଣସି ସମୟରେ ବ୍ୟବସାୟର ଏକ ପ୍ରକୃତ ଏବଂ ସମ୍ପୂର୍ଣ୍ଣ ଅବସ୍ଥାର ଚିତ୍ର ପ୍ରଦର୍ଶନ କରିବା ସହଜସାଧ୍ୟ ହୋଇପାରେ । ଇଆର୍ପି ବ୍ୟବସ୍ଥାଦ୍ୱାରା ଯେକୌଣସି ସମୟରେ ସଂସ୍ଥାନର ଆର୍ଥିକ ସ୍ୱଚ୍ଛଳତା, ଉତ୍ପାଦନ ନିମନ୍ତେ କଞ୍ଚାମାଲର ଆବଶ୍ୟକତା, ଉତ୍ପାଦନ କ୍ଷମତା ଇତ୍ୟାଦି ବିଷୟରେ ଜାଣିହେବ । ତା'ସହିତ ଗ୍ରାହକଙ୍କୁ ଜିନିଷ ପହଞ୍ଚାଇବା, ବିକ୍ରେତାଙ୍କ ପାଉଣା ପୈଠ କରିବା, କର୍ମଚାରୀଙ୍କୁ ବେତନ ଦେବା ଇତ୍ୟାଦି ବିଭିନ୍ନ ପ୍ରକାରର ବ୍ୟବସାୟ ଭିତ୍ତିକ ପ୍ରତିବଦ୍ଧତା କେଉଁ ଅବସ୍ଥାରେ ରହିଛି ତାହା ମଧ୍ୟ ସହଜରେ ଜାଣିହେବ । ବିଭିନ୍ନ ଆପ୍ଲିକେସନ୍ ସଫ୍ଟୱେର୍ଙ୍କୁ ନେଇ ଗଠିତ ଏହି ବ୍ୟବସ୍ଥା ମଧ୍ୟରେ ଏକ ସଂସ୍ଥାନର ସମସ୍ତ ବିଭାଗଙ୍କ (ଯଥା କ୍ରୟ ବିଭାଗ, ବିକ୍ରୟ ବିଭାଗ, ଅର୍ଥ ବିଭାଗ, ଉତ୍ପାଦନ ବିଭାଗ) ବ୍ୟବସାୟିକ ତଥ୍ୟ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରାଯାଇପାରିବ ।[୧] ବ୍ୟବସାୟ ସମ୍ପାଦନ କରୁଥିବା ବିଭିନ୍ନ ବିଭାଗ ବା ଅଙ୍ଗମାନଙ୍କ ମଧ୍ୟରେ ତଥ୍ୟ ଆଦାନପ୍ରଦାନ କରିବା ସହିତ ଇଆର୍ପିଦ୍ୱାରା ବାହ୍ୟ ବ୍ୟବସାୟିକ ସହଯୋଗୀ, ଷ୍ଟକ୍ ମାଲିକ, ସରକାର ଓ କର ଆଦାୟକାରୀ ସଂସ୍ଥା ଇତ୍ୟାଦିଙ୍କୁ ମଧ୍ୟ ଆବଶ୍ୟକୀୟ ସୂଚନା ଓ ତଥ୍ୟ ଯୋଗାଇ ଦିଆଯାଇ ପାରିବ ।[୨]
ବିଭିନ୍ନ ପ୍ରକାରର ବ୍ୟବସାୟ ମଡେଲ୍ ତଥା ବ୍ୟବସାୟିକ ପ୍ରକ୍ରିୟାର ସୁପରିଚାଳନା ନିମନ୍ତେ ଏକ ଇଆର୍ପି ସଫ୍ଟୱେର୍ ବା ଆପ୍ଲିକେସନ୍ର ପରିକଳ୍ପନା ଓ ବିକାଶ କରିବା ମଧ୍ୟ ଆଉ ଏକ ପ୍ରକାରର ବ୍ୟବସାୟ । ଏହି ଇଆର୍ପି ସଫ୍ଟୱେର୍ର ପରିଚାଳନା ପାଇଁ ବିଗତ କିଛି ବର୍ଷ ଧରି ବହୁ ନାମୀଦାମୀ ବ୍ୟବସାୟିକ ସଂସ୍ଥାନମାନଙ୍କ ସୂଚନା ଓ ପ୍ରଯୁକ୍ତି ବିଭାଗର ଏକ ମୋଟା ଅଙ୍କ ଖର୍ଚ୍ଚ କରିଆସୁଛନ୍ତି । ପ୍ରଥମାବସ୍ଥାରେ କେବଳ ବଡ଼ ବଡ଼ ସଂସ୍ଥାନମାନେ ଇଆର୍ପି ବ୍ୟବହାର କରୁଥିଲେ, କିନ୍ତୁ ଏବେ ବହୁ କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥାନ ମଧ୍ୟ ଇଆର୍ପି ସଫ୍ଟୱେର୍ ବ୍ୟବହାର କରିବା ଦେଖାଯାଉଛି ।[୩]
ଏକ ଇଆର୍ପି ବ୍ୟବସ୍ଥାଦ୍ୱାରା ସଂସ୍ଥାନର ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ସୁଚାରୁରୂପେ ଓ ପ୍ରାୟତଃ ନିର୍ଭୁଲ ଭାବେ ସମାହିତ ତଥା ପରିଚାଳିତ ହୋଇପାରୁଥିବାରୁ ସଂସ୍ଥାନର କାର୍ଯ୍ୟକ୍ଷମତା ବା ଉତ୍ପାଦନ କ୍ଷମତାରେ ଅଭିବୃଦ୍ଧି ଘଟିଥାଏ । ତେବେ ଏକ ଇଆର୍ପି ବ୍ୟବସ୍ଥାର ସ୍ଥାପନା ଓ ବିକାଶ ପାରମ୍ପରିକ ସଫ୍ଟୱେର୍ ବିକାଶ ପ୍ରକ୍ରିୟାଠାରୁ କିଛି ମାତ୍ରାରେ ଭିନ୍ନ ।[୪] ଏହି ଇଆର୍ପି ବ୍ୟବସ୍ଥା ଅନେକ ପ୍ରକାରର କମ୍ପ୍ୟୁଟର୍ ହାର୍ଡୱେର୍ ଓ ନେଟ୍ୱର୍କ୍ ବିନ୍ୟାସ ମାଧ୍ୟମରେ କାମ କରିଥାନ୍ତି । ହେଲେ ପ୍ରାୟତଃ ଏମାନେ ବ୍ୟବସାୟିକ ତଥ୍ୟ ସଂଗ୍ରହ କରି ଗୋଟିଏ ମୁଖ୍ୟ ତଥ୍ୟାଗାର ବା ଡେଟାବେସ୍ ମଧ୍ୟରେ ରଖିଥାନ୍ତି ।[୫]
ପ୍ରାରମ୍ଭ
[ସମ୍ପାଦନା]ପ୍ରଥମେ ୧୯୯୦ ଦଶନ୍ଧିରେ ଗାର୍ଟନର୍ ଗ୍ରୁପ୍ ଏହି ଇଆର୍ପି ଶବ୍ଦର ବ୍ୟବହାର ବା ପ୍ରଚଳନ ଆରମ୍ଭ କରାଇଥିଲେ ।[୬][୭] ଏପରି ବ୍ୟବସ୍ଥା ବା ସିଷ୍ଟମ୍କୁ ପ୍ରଥମାବସ୍ଥାରେ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲର ଯୋଜନା (ଈଂରାଜୀରେ Material Requirements Planning - MRP), ପରେ ଉତ୍ପାଦନ ସଂସାଧନ ଯୋଜନା (Manufacturing Resource Planning - MRP II),[୮][୯] କମ୍ପ୍ୟୁଟର୍ ସମର୍ଥିତ ଉତ୍ପାଦନ (Computer-integrated Manufacturing) ଏପରି ଅନେକ ନାମ ଦିଆଯାଉଥିଲା । କିନ୍ତୁ ପରେ ଇଆର୍ପି ଶବ୍ଦଟିର ପ୍ରଚଳନ କରାଗଲା କାରଣ ଏହି ଶବ୍ଦ ଉତ୍ପାଦନ ବ୍ୟତୀତ ସଂସ୍ଥାନର ଅନ୍ୟାନ୍ୟ ବ୍ୟବସାୟିକ ପ୍ରକ୍ରିୟାକୁ ମଧ୍ୟ ସଂଯୋଜିତ ଓ ପରିଚାଳିତ କରିବାରେ ସହାୟକ ହେଉଥିଲା ।[୧୦]
ଔଦ୍ୟୋଗିକ ଉତ୍ପାଦନ ପ୍ରକ୍ରିୟାକୁ ମୂଳ କରି ସମସ୍ତ ଇଆର୍ପି ବ୍ୟବସ୍ଥା ସୃଷ୍ଟି ହୋଇନଥିଲା । ଇଆର୍ପି ସଫ୍ଟୱେର୍ ଓ ଆପ୍ଲିକେସନ୍ମାନଙ୍କ ବିକାଶ କରୁଥିବା ସଂସ୍ଥାନମାନେଦ୍ୱାରା ଅର୍ଥ ବିଭାଗ, ମାନବିକ ସମ୍ବଳ ବିଭାଗ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବିଭାଗ ଇତ୍ୟାଦିର ପ୍ରକ୍ରିୟାକୁ ମଧ୍ୟ ଇଆର୍ପି ପ୍ୟାକେଜ୍ରେ ଅନ୍ତର୍ନିହିତ କରି ବିକିବା ଆରମ୍ଭ କଲେ । ୧୯୯୦ ଦଶନ୍ଧିର ମଧ୍ୟଭାଗ ବେଳକୁ ପ୍ରାୟ ସବୁ ଇଆର୍ପି ବ୍ୟବସ୍ଥା ଏକ ସଂସ୍ଥାନର ସମସ୍ତ ବୈଭାଗିକ ପ୍ରକ୍ରିୟା ପାଇଁ ନିଜ ସଫ୍ଟୱେର୍କୁ ବିକଶିତ କରିସାରିଥିଲେ । ଏପରିକି ସରକାରୀ ଓ ଅଣବ୍ୟବସାୟିକ ଅନୁଷ୍ଠାନ ମଧ୍ୟ ଇଆର୍ପି ବ୍ୟବସ୍ଥାର ଉପଯୋଗ କରିପାରିଥିଲେ ।[୧୧]
ଇଆର୍ପି ସଫ୍ଟୱେର୍ ତିଆରି କରୁଥିବା କେତେକ ଜଣାଶୁଣା କମ୍ପାନୀ
[ସମ୍ପାଦନା]-
ଏସ୍. ଏ. ପି. (SAP)
-
ଓରାକଲ୍ (Oracle)
-
ଟ୍ୟାଲି (Tally)
-
ମାଇକ୍ରୋସୋଫ୍ଟ୍ ଡାଇାମିକ୍ସ୍ (Microsoft Dynamics)
-
ସାଫାଏର୍-ୱାନ୍ (SapphireOne)
-
ବାନ୍ (Baan)
-
ସିସ୍ପ୍ରୋ (Syspro)
-
ବ୍ରାଇଟ୍ ପର୍ଲ୍ (Brightpearl)
-
ଓଡୁ (Odoo)
-
ପିପ୍ଲ୍ ସୋଫ୍ଟ୍ (PeopleSoft)
-
ସ୍କୋରୋ (Scoro)
ବିକାଶ ଓ ପ୍ରସାରଣ
[ସମ୍ପାଦନା]୧୯୯୦ ଦଶନ୍ଧିରେ ଇଆର୍ପି ବ୍ୟବସ୍ଥାର ବହୁଳ ପ୍ରଚାର ଓ ପ୍ରସାର ଘଟିଥିଲା । ୨୦୦୦ ମସିହାର ଆଗମନ ବେଳେ ଦେଖାଦେଇଥିବା ୨୦୦୦ ସମସ୍ୟା (ୱାଇଟୁକେ ପ୍ରବ୍ଲେମ୍ – Y2K Problem) ତଥା ୟୁରୋପ୍ ମହାଦେଶରେ ନୂତନ ମୁଦ୍ରା ୟୁରୋର ପ୍ରଚଳନ ପୁରାତନ ସଫ୍ଟୱେର୍ଗୁଡ଼ିକରେ ରହିଥିବା ଅସୁବିଧା ପଦାରେ ପକାଇଦେଲା । ଏହି ସମୟରେ ଅନେକ ବ୍ୟବସାୟିକ ସଂସ୍ଥାନ ନିଜ ଇଆର୍ପି ବ୍ୟବସ୍ଥାର ନବୀକରଣ ପ୍ରତି ଦୃଷ୍ଟି ଦେବାକୁ ଲାଗିଲେ ।[୧୨]
ଜନତା ଓ ଗ୍ରାହକଙ୍କ ନିକଟତମ ପ୍ରକ୍ରିୟାମାନଙ୍କୁ ଅଧିକ ପ୍ରଭାବିତ ନକରି ଏକ ସଂସ୍ଥାନର ପ୍ରଚ୍ଛଦପଟରେ ଘଟୁଥିବା ସମସ୍ତ ପ୍ରକ୍ରିୟାକୁ ଇଆର୍ପି ବ୍ୟବସ୍ଥା ସ୍ୱଚାଳିତ ଓ ସୁପରିଚାଳିତ କରିଦେଇପାରେ ।[୧୩]
୨୦୦୦ ମସିହାରେ ଗାର୍ଟନର୍ ପବ୍ଲିକେସନ୍ସ୍ "ଇଆର୍ପି II"ର ପ୍ରଚଳନ କରାଇଲେ ।[୧୪][୧୫] ଏହି ଇଆର୍ପି ଦ୍ୱିତୀୟ ଆଉ କିଛି ନୁହେଁ ବରଂ ପାରମ୍ପରିକ ଇଆର୍ପି ବ୍ୟବସ୍ଥାମାନଙ୍କର ସୁସଂଯୋଜିତ, ଉନ୍ନତ ଓ ପ୍ରସାରିତ ଅବତାର ।[୧୬]
ପ୍ରାରମ୍ଭିକ ସମୟର ଇଆର୍ପି ବ୍ୟବସ୍ଥା ଅପେକ୍ଷା ଇଆର୍ପି – ୨ ଉତ୍ତମତର । ପ୍ରାରମ୍ଭିକ ଇଆର୍ପି କେବଳ ସଂସ୍ଥାନର ଆନ୍ତଃ ବୈଭାଗିକ ତାଳ ମେଳରେ ସାହାଯ୍ୟ କରିପାରୁଥିବା ବେଳେ ଇଆର୍ପି – ୨ ସଂସ୍ଥାର ବାହାରର ଅନୁଷ୍ଠାନ ଓ ବ୍ୟବସ୍ଥା ସହିତ ସହଜରେ ସମନ୍ନ୍ୱୟ ରଖିବାରେ ସହାୟକ ହୋଇପାରିଲା ।[୧୭][୧୮]
ପ୍ରକୃତି
[ସମ୍ପାଦନା]ଇଆର୍ପି ବ୍ୟବସ୍ଥାର କିଛି ବିଶେଷ ପ୍ରକୃତି ହେଲା:
- ଏହା ସବୁ ବିଭାଗଙ୍କ ଦୃଷ୍ଟିକୋଣରୁ ଏକ ସୁସଂଯୋଜିତ ସଫ୍ଟୱେର୍ ବ୍ୟବସ୍ଥା
- ପ୍ରାୟତଃ ପ୍ରକୃତ ସମୟରେ ଏହି ସଫ୍ଟୱେର୍ କାମ କରିପାରେ । ବ୍ୟବସାୟ ଚାଲୁଥିବା ସମୟରେ କଣ କଣ ଘଟୁଛି ତାହା ଲିପିବଦ୍ଧ କରି ରଖାଯାଇପାରିବ ।
- ସମସ୍ତଙ୍କ ତଥ୍ୟ ଏକମାତ୍ର ବୃହତ୍ ତଥ୍ୟାଗାରରେ ସଂଗ୍ରହ କରି ରଖାଯାଇପାରେ ।
- ସବୁ ମଡ୍ୟଲ୍ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ପରିଚାଳିତ ହୁଅନ୍ତି ।
- ସମସ୍ତ ବିଭାଗର କାର୍ଯ୍ୟ ପ୍ରଭାବିତ କରୁଥିବା ଏହି ସଫ୍ଟୱେର୍ ଗରିଷ୍ଠ, କିନ୍ତୁ ଏକା ବେଳକେ ସ୍ଥାପିତ ହୋଇପାରେ ।[୧୯]
- କ୍ଲାଉଡ଼୍ କିମ୍ବା ଅଣ-କ୍ଲାଉଡ଼୍ ପରିସରରେ ଏହାକୁ ରଖାଯାଇପାରିବ ।
ଇଆର୍ପିର ବିଭିନ୍ନ ମଡ୍ୟୁଲ୍ ବା ବୈଭାଗିକ ଅଙ୍ଗ
[ସମ୍ପାଦନା]ବିଭିନ୍ନ ବୈଭାଗିକ (ବିଭାଗୀୟ) ପ୍ରକ୍ରିୟାମାନଙ୍କୁ ଏକତ୍ରିତ କରି ଇଆର୍ପି ସଫ୍ଟୱେର୍ ମଧ୍ୟରେ ସ୍ୱତନ୍ତ୍ର ମଡ୍ୟୁଲ୍ର ରୂପ ଦିଆଯାଇଥାଏ । ସେଗୁଡ଼ିକ ହେଲେ:
- ଅର୍ଥ, ହିସାବ-ନିକାସ ବା ଗୁମାସ୍ତା: ପାଉଣା, ଖାତା, ନେଣଦେଣ ଲେଖା, ବେତନ, ପଇସା, ଋଣ, ବିକ୍ରେତାଙ୍କୁ ପୈଠର ହିସାବ, କର ଓ ଟିକସ ପ୍ରଭୃତିଙ୍କ ପରିଚାଳନା ଏହି ମଡ୍ୟୁଲ୍ ମାଧ୍ୟମରେ ହୋଇଥାଏ ।
- ଖର୍ଚ୍ଚ ପରିଚାଳନା: ପରିବହନ, ଯୋଗାଣ, ଉତ୍ପାଦନ ତଥା ଅନ୍ୟ ଔଦ୍ୟୋଗିକ ପ୍ରକ୍ରିୟାରେ ହେଉଥିବା ବ୍ୟୟର ନିରୀକ୍ଷଣ ଓ ନିୟନ୍ତ୍ରଣ, ପୁଞ୍ଜି ଅନୁସାରେ ବ୍ୟୟର ଯୋଜନା ଇତ୍ୟାଦି ଏହି ମଡ୍ୟୁଲଦ୍ୱାରା କରିହେବ ।
- ମାନବିକ ସମ୍ବଳ: ନିଯୁକ୍ତି, ପ୍ରଶିକ୍ଷଣ, ବେତନ, ଅବସର ବା ଅବ୍ୟାହାତି, ପେନ୍ସନ୍, କର୍ମଚାରୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଥ୍ୟ, ପ୍ରତିଦିନର ଉପସ୍ଥିତି, ଛୁଟି ଇତ୍ୟାଦି ଏହି ମଡ୍ୟୁଲ୍ ମାଧ୍ୟମରେ ପରିଚାଳିତ ହୋଇଥାଏ ।
- ଉତ୍ପାଦନ: ଆବଶ୍ୟକ କଞ୍ଚାମାଲର ତାଲିକା ପ୍ରସ୍ତୁତ କରିବା, ବୈଷୟିକ ଜ୍ଞାନ ଓ କୌଶଳ, ଯନ୍ତ୍ରପାତିର କ୍ଷମତା, ଉତ୍ପାଦନର ମାନ ପରୀକ୍ଷଣ ଓ ନିୟନ୍ତ୍ରଣ ଇତ୍ୟାଦି ଏହି ମଡ୍ୟୁଲ୍ର ଅନ୍ତର୍ଗତ ।
- ବିକ୍ରୟ ଓ ବିତରଣ: ଗ୍ରାହକମାନଙ୍କ କ୍ରୟ ପାଇଁ ଅନୁରୋଧ କରାଯାଇଥିବା ପଦାର୍ଥର ବିତରଣ, ବାକି ଦେବା, ବିକ୍ରୟ ମୂଲ୍ୟ ଧାର୍ଯ୍ୟ କରିବା, ବିକ୍ରୟର ବିଶ୍ଳେଷଣ ଇତ୍ୟାଦି ଏହି ମଡ୍ୟୁଲଦ୍ୱାରା ପରିଚାଳିତ ହୁଏ ।
- ଯୋଗାଣ ବ୍ୟବସ୍ଥା ପରିଚାଳନା: ଯୋଗାଣ କିପରି କରାଯିବ ତାହାର ଯୋଜନା କରିବା, ବିକ୍ରୟ ଚକ୍ର ପ୍ରକ୍ରିୟା, କ୍ରୟ ଚକ୍ର ପ୍ରକ୍ରିୟା, ଗୋଦାମରେ ମାଲ ପରିଚାଳନା, ବିକ୍ରେତାଙ୍କଠାରୁ କେବେ କଞ୍ଚାମାଲ ଓ ଅନ୍ୟ ଜରୁରୀ ପଦାର୍ଥ ଆସିବ ତାହାର ସମୟ ଧାର୍ଯ୍ୟ କରିବା ଇତ୍ୟାଦି ଏହି ମଡ୍ୟୁଲ୍ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ ।
- ପ୍ରକଳ୍ପ ପରିଚାଳନା: ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧୀୟ ଯୋଜନା, ଆବଶ୍ୟକୀୟ ସମ୍ବଳର ଯୋଜନା, ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଖର୍ଚ୍ଚର ପ୍ରାକ୍-ଅନୁମାନ ଓ ଯୋଜନା ଇତ୍ୟାଦି ଏହି ମଡ୍ୟୁଲ୍ର ପରିସରଭୁକ୍ତ ।
- ଗ୍ରାହକ ସମ୍ପର୍କ ପରିଚାଳନା: ବିକ୍ରି, ଜରୁରୀ କାଳୀନ ସେବା, ମରାମତି ସେବା, ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନ ଓ ପରିଚାଳନା ଇତ୍ୟାଦି ଏହାର ଅନ୍ତର୍ଗତ ।
- ପୋର୍ଟାଲ୍ ବା ତଥ୍ୟ ସମ୍ବଳିତ ସେବା : ବିକ୍ରେତା, ଗ୍ରାହକ, କର୍ମଚାରୀ ଇତ୍ୟାଦିଙ୍କ ପାଇଁ ପୋର୍ଟାଲ୍ ଯୋଗାଇଦେବା ଏହି ମଡ୍ୟୁଲଦ୍ୱାରା କରାଯାଇପାରିବ ।
ଇଆର୍ପି ବ୍ୟବସ୍ଥାର ବିଭିନ୍ନ ଅଙ୍ଗ
[ସମ୍ପାଦନା]- ବ୍ୟବସାୟିକ ନେଣଦେଣର ତଥ୍ୟ ଗଚ୍ଛିତ ରଖିବା ପାଇଁ ଉଦ୍ଦିଷ୍ଟ ତଥ୍ୟାଗାର (ଡେଟାବେସ୍) – (ଈଂରାଜୀରେ Transactional Database)
- ପରିଚାଳନା ଓ ନିରୀକ୍ଷଣ ପଟ୍ଟଳ (ଈଂରାଜୀରେ Management Portal ବା Business Dashboard)
- ବ୍ୟବାହାରକାରୀ ବା ଇଆର୍ପି ବ୍ୟବସ୍ଥା ସହ ଜଡ଼ିତ ଜନତା
- ସଫ୍ଟୱେର୍
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Almajali, Dmaithan (2016). "Antecedents of ERP systems implementation success: a study on Jordanian healthcare sector". Journal of Enterprise Information Management. Emeralad. 29 (4): 549. doi:10.1108/JEIM-03-2015-0024. Retrieved January 6, 2016.
- ↑ Radovilsky, Zinovy (2004). Bidgoli, Hossein (ed.). The Internet Encyclopedia, Volume 1. John Wiley & Sons, Inc. p. 707.
- ↑ Rubina Adam, Paula Kotze, Alta van der Merwe. 2011. Acceptance of enterprise resource planning systems by small manufacturing Enterprises. In: Proceedings of the 13th International Conference on Enterprise Information Systems, edited by Runtong Zhang, José Cordeiro, Xuewei Li, Zhenji Zhang and Juliang Zhang, SciTePress, p. 229 - 238
- ↑ Shaul, L.; Tauber, D. (2012). "CSFs along ERP life-cycle in SMEs: a field study". Industrial Management & Data Systems. 112 (3): 360–384. doi:10.1108/02635571211210031.
- ↑ Khosrow–Puor, Mehdi. (2006). Emerging Trends and Challenges in Information Technology Management. Idea Group, Inc. p. 865.
- ↑ InfoWorld, Heather Harreld,. "Extended ERP technology reborn in B2B". Retrieved July 20, 2016.
{{cite web}}
: CS1 maint: extra punctuation (link) CS1 maint: multiple names: authors list (link) - ↑ "A Vision of Next Generation MRP II", Scenario S-300-339, Gartner Group, April 12, 1990ଛାଞ୍ଚ:Third-party-inline
- ↑ Anderegg, Travis. "MRP/MRPII/ERP/ERM — Confusing Terms and Definitions for a Murkey Alphabet Soup". Retrieved September 23, 2013.
- ↑ "ERP". Retrieved October 7, 2009.
- ↑ Sheilds, Mureell G. (2005). E-Business and ERP: Rapid Implementation and Project Planning. John Wiley and Sons, Inc. p. 9.
- ↑ Chang, SI; Guy Gable; Errol Smythe; Greg Timbrell (2000). "A Delphi examination of public sector ERP implementation issues". International Conference on Information Systems. Atlanta: Association for Information Systems. pp. 494–500. http://dl.acm.org/citation.cfm?id=359640.359793. Retrieved September 9, 2008.
- ↑ Thin Enterprise Resource Planning (Second ed.). Boston: Thomson Course Technology. 2006. ISBN 0-619-21663-8.
- ↑ Hayman, L. (2000). "ERP in the Internet Economy". Information Systems Frontiers. 2000 (2): 137–139. doi:10.1023/A:1026595923192.
- ↑ "B. Bond, Y. Genovese, D. Miklovic, N. Wood, B. Zrimsek, N. Rayner, ERP Is Dead — Long Live ERP II; GartnerGroup RAS Services, SPA-12-0420 4 October 2000" (PDF). Archived from the original (PDF) on 17 February 2018. Retrieved February 16, 2018.
- ↑ "ERP: What you need to ask before you buy". projectauditors.com. Retrieved April 23, 2014.
- ↑ "The Bryan School of Business and Economics at UNCG—Exceptional Problem Solvers" (PDF). Uncg.edu. Archived from the original (PDF) on September 12, 2012. Retrieved November 8, 2012.
- ↑ Charles Møller (August 1, 2005). "ERP II: a conceptual framework for next‐generation enterprise systems?". Journal of Enterprise Information Management. 18 (4): 483–497. doi:10.1108/17410390510609626. ISSN 1741-0398.
- ↑ Ruhi, Umar (July 1, 2016). "An experiential learning pedagogical framework for enterprise systems education in business schools". The International Journal of Management Education. 14 (2): 198–211. doi:10.1016/j.ijme.2016.04.006.
- ↑ Sheilds, Mureell G., E-Business and ERP: Rapid Implementation and Project Planning. (2001) John Wiley and Sons, Inc. p. 9-10.
ପୁସ୍ତକ ଆଧାର
[ସମ୍ପାଦନା]- Clemons, Eric. K. (1986). "IS for Sustainable Competitive Advantage". Information & Management. 11 (3): 131–136. doi:10.1016/0378-7206(86)90010-8.
- Grant, David; Richard Hall; Nick Wailes; Christopher Wright (March 2006). "The false promise of technological determinism: the case of enterprise resource planning systems". New Technology, Work & Employment. 21 (1): 2–15. doi:10.1111/j.1468-005X.2006.00159.x.
- Head, Simon (2005). The New Ruthless Economy. Work and Power in the Digital Age. Oxford UP. ISBN 0-19-517983-8.
- Henderson, Ian ERP From the Frontline MBE ISBN 978-1-898822-05-9 Making ERP Work
- Lequeux, Jean-Louis (2008). Manager avec les ERP, Architecture Orientée Services (SOA) (in French). Paris: Ed. d'Organisation. ISBN 978-2-212-54094-9.
{{cite book}}
: CS1 maint: unrecognized language (link) - Loh, Tee Chiat; Lenny Koh Siau Ching (September 2004). "Critical elements for a successful ERP implementation in SMEs". International Journal of Production Research. 42 (17): 3433–3455. doi:10.1080/00207540410001671679.
- Shaul, Levi; Tauber Doron (September 2010). "Hierarchical examination of success factors across ERP life cycle". MCIS 2010 Proceedings.: 79.
- Waldner, Jean-Baptiste (1990). Les nouvelles perspectives de la production (in French). Paris: Dunod. ISBN 978-2-04-019820-6.
{{cite book}}
: CS1 maint: unrecognized language (link) - Waldner, Jean-Baptiste (1992). Principles of Computer Integrated Manufacturing. Chichester: John Wiley & Sons Ltd. ISBN 0-471-93450-X.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Enterprise resource planning-ସମ୍ପର୍କିତ ମିଡ଼ିଆ