ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା
ପ୍ରକାର | Government of India |
---|---|
ଶିଳ୍ପ | Electrical Locomotives (at present) |
ପ୍ରତିଷ୍ଠିତ ସ୍ଥାନ | 1950 |
ପ୍ରତିଷ୍ଠାତା | Indian Railway |
ମୁଖ୍ୟ କାର୍ଯ୍ୟାଳୟ | Chittaranjan, Asansol |
Area served | India |
ମୂଳ ସଂସ୍ଥା | Indian railways |
ୱେବ୍ସାଇଟ୍ | www |
ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା (ବଙ୍ଗଳା:চিত্তরঞ্জন লোকোমোটিভ ওয়ার্কস) ଏକ ସରକାରୀ[୧] ଇଲେକ୍ଟ୍ରିକ ରେଳ ଇଞ୍ଜିନ ନିର୍ମାଣ କାରଖାନା ।[୨] ଏହା ପଶ୍ଚିମ ବଙ୍ଗର ଅସାନସୋଲଠାରେ ସ୍ଥାପିତ । ଏହା ପୃଥିବୀର ସର୍ବବୃହତ ରେଳ ଇଞ୍ଜିନ ନିର୍ମାଣ କାରଖାନା ।
ବିବରଣୀ
[ସମ୍ପାଦନା]୧୯୫୦ ମସିହାରେ ଏହି ଶିଳ୍ପାନୁଷ୍ଠାନ ଭାରତୀୟ ରେଳବାଇଦ୍ୱାରା ପ୍ରତିଷ୍ଠିତ ହେଇଥିଲା[୩] ଓ ତାହାକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଚିତ୍ତରଞ୍ଜନ ଦାସଙ୍କ ନାମାନୁସାରେ ଚିତ୍ତରଞ୍ଜନ ଲୋକୋମୋଟିଭ କାରଖାନା କୁହାଗଲା । ଏହି କାରଖାନା ନିକଟରେ ଥିବା ରେଳ ଷ୍ଟେସନକୁ ମଧ୍ୟ ଚିତ୍ତରଞ୍ଜନ ରେଳ ଷ୍ଟେସନ କୁହାଯାଏ ।
କାରଖାନାରୁ ପ୍ରଥମ ଷ୍ଟିମ ଇଞ୍ଜିନର ଉତ୍ପାଦନ ପ୍ରକ୍ରିୟା ୧୯୫୦ ମସିହା ଜାନୁଆରୀ ୨୬ରେ ଆରମ୍ଭ ହେଲା । ବ୍ରିଟେନ ର North British Locomotive Company ସହ ସହବନ୍ଧିତ ହେଇ ଏହି କାରଖାନା ଜ୍ଞାନକୌଶଳ ପାଇଥିଲା । ୧୯୫୦, ନଭେମ୍ବର ୧ ତାରିଖରେ ଏଥିରୁ ପ୍ରସ୍ତୁତ ପ୍ରଥମ ଷ୍ଟିମ ଇଞ୍ଜିନ(WG ଶ୍ରେଣୀର ଇଞ୍ଜିନ)କୁ ଭାରତର ତତ୍ କାଳୀନ ରାଷ୍ଟ୍ରପତି ଡାଃ ରାଜେନ୍ଦ୍ର ପ୍ରସାଦ ସ୍ୱାଧୀନତା ସଂଗ୍ରାମୀ ଚିତ୍ତରଞ୍ଜନ ଦାସଙ୍କ ନାମରେ ଉତ୍ସର୍ଗ କରିଥିଲେ । ନିକଟସ୍ଥ ରେଳ ଷ୍ଟେସନ, ଯାହା ଆଗରୁ ମିହିଜାମ ନାମରେ ପରିଚିତ ଥିଲା ତାହାକୁ 'ଚିତ୍ତରଞ୍ଜନ ଷ୍ଟେସନ' ନାମ ପ୍ରଦାନ କରାଗଲା ।
ଏହି କାରଖାନା ପାଇଁ କେତେକ ଆବଶ୍ୟକୀୟ ଯନ୍ତ୍ରପାତି ବ୍ରିଟେନରୁ ଆମଦାନୀ କରାଯାଉଥିଲା ।
୧୯୬୮ ମସିହା ପରେ ଷ୍ଟିମ ଇଞ୍ଜିନ ଅପେକ୍ଷା ଡିଜେଲ ଇଞ୍ଜିନର ବେଶୀ ଚାହିଦା ରହିଲା । ତେଣୁ ଏହି କାରଖାନାରେ ଡିଜେଲ ଇଞ୍ଜିନର ନିର୍ମାଣ କାମ ୧୯୬୮ରୁ ଆରମ୍ଭ ହେଲା । ତତ୍ ପରେ ଉଭୟ ଷ୍ଟିମ ଓ ଡିଜେଲ ଇଞ୍ଜିନ ସ୍ଥାନରେ ଇଲେକ୍ଟ୍ରିକ ଇଞ୍ଜିନଦ୍ୱାରା ଟ୍ରେନ ସବୁ ଚଳିବାର ସୁବିଧା ହେଲା । ଅନେକ ରେଳପଥ ବୈଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହେଲା ପରେ ଇଲେକ୍ଟ୍ରିକ ଇଞ୍ଜିନର ଚାହିଦା ବୃଦ୍ଧି ହେଲା । ଚିତ୍ତରଞ୍ଜନ ଇଞ୍ଜିନ କାରଖାନାରେ ୧୯୭୩ ଓ ୧୯୭୪ ମସିହାରେ ଯଥାକ୍ରମେ ଷ୍ଟିମ ଇଞ୍ଜିନ ଓ ଡିଜେଲ ଇଞ୍ଜିନର ନିର୍ମାଣ କାର୍ଯ୍ୟ ବନ୍ଦ କରାଗଲା । ତାହାପରଠୁ ଏହି କାରଖାନାରେ କେବଳ ଇଲେକ୍ଟ୍ରିକ ଇଞ୍ଜିନର ନିର୍ମାଣ ହଉଛି ।[୪]
କାରଖାନାରେ ଆବଶ୍ୟକିୟ ଲୁହା ଓ ଇସ୍ପାତ IISCO ଷ୍ଟିଲ କାରଖାନା, ଆସନସୋଲ ଓ ଟାଟା ଷ୍ଟିଲ, ଜାମସେଦପୁରରୁ ଆହରଣ କରାଯାଇଥାଏ ।
ଉତ୍ପାଦ ସବୁ
[ସମ୍ପାଦନା]ଇଞ୍ଜିନ ସମୂହ
[ସମ୍ପାଦନା]WAP-7 : 6000 hp, 25 kV AC, Broad Gauge (B.G.), passenger locomotive, 140 km/hr, 3-phase technology
WAP-5 : 5440 hp, 25 kV AC, Broad Gauge (B.G.), passenger locomotive, 160 km/hr / 200 km/hr, 3-phase technology
WAG-9 : 6000 hp, 25 kV AC, Broad Gauge (B.G.), freight locomotive,100 km/hr, 3-phase technology
WAG-7 : 5000 hp, 25 kV AC, Broad Gauge (B.G.), 1.676 m, freight locomotive, 100 km/hr, Tap changer/ DC Traction Motor technology
WAP-4 : 5000 hp, 25 kV AC, Broad Gauge (B.G.), 1.676 m, passenger locomotive, 130 km/hr, Tap changer/ DC Traction Motor technology
ଟ୍ରାକସନ ମୋଟର
[ସମ୍ପାଦନା]I 3-PHASE TRACTION MOTOR TYPE 6FRA6068 & 6FXA 7059: 3-Phase Trcation Motors type 6FRA6068 for WAG-9 and WAP-7 locomotives & 6FXA7059 for WAP-5 locomotive are being manufactured indigenously by CLW since the financial year 1998-99 & 1999-2000 respectively. With the production of 3-phase Traction Motor,CLW has entered the era of state of the art,3-phase technology
II HITACHI TRACTION MOTOR TYPE HS15250A: Hitachi traction Motor is one of the most critical and vital equipment in conventional Electric locomotives type WAG-7 & WAP-4 under production at CLW.The production of Hitachi TM is now completely stabilized.
ପୁନଶ୍ଚ ଦେଖଣା
[ସମ୍ପାଦନା]- List of locomotive builders
ବାହାର ଲିଙ୍କ
[ସମ୍ପାଦନା]- Chittaranjan Locomotive Works (CLW) Company website
ଆଧାର
[ସମ୍ପାଦନା]- ↑ Indian railways centenary number, 1853-1953. Printed and published by B. Mitra on behalf of Chittaranjan Locomotive Works, Chittaranjan. 1953.
- ↑ Pradeep Sharma (1 January 2007). Human Geography: Energy Resources. Discovery Publishing House. pp. 255–. ISBN 978-81-8356-286-7.
- ↑ http://www.thehindubusinessline.com/news/its-been-a-power-ride-for-chittaranjan-locomotive-works/article5170931.ece
- ↑ Edgar Thorpe (2012). The Pearson General Knowledge Manual 2012. Pearson Education India. pp. 3–. ISBN 978-81-317-6190-8.