ବିଲ କ୍ଲିଣ୍ଟନ
ବିଲ କ୍ଲିଣ୍ଟନ | |
---|---|
42nd President of the United States | |
କାର୍ଯ୍ୟକାଳ January 20, 1993 – January 20, 2001 | |
Vice President | Al Gore |
ପୂର୍ବ ଅଧିକାରୀ | George H. W. Bush |
ପର ଅଧିକାରୀ | George W. Bush |
40th and 42nd Governor of Arkansas | |
କାର୍ଯ୍ୟକାଳ January 11, 1983 – December 12, 1992 | |
Lieutenant | |
ପୂର୍ବ ଅଧିକାରୀ | Frank D. White |
ପର ଅଧିକାରୀ | Jim Guy Tucker |
କାର୍ଯ୍ୟକାଳ January 9, 1979 – January 19, 1981 | |
Lieutenant | Joe Purcell |
ପୂର୍ବ ଅଧିକାରୀ | Joe Purcell (acting) |
ପର ଅଧିକାରୀ | Frank D. White |
Chair of the National Governors Association | |
କାର୍ଯ୍ୟକାଳ August 26, 1986 – July 28, 1987 | |
Deputy | John H. Sununu |
ପୂର୍ବ ଅଧିକାରୀ | Lamar Alexander |
ପର ଅଧିକାରୀ | John H. Sununu |
50th Attorney General of Arkansas | |
କାର୍ଯ୍ୟକାଳ January 3, 1977 – January 9, 1979 | |
ରାଜ୍ୟପାଳ |
|
ପୂର୍ବ ଅଧିକାରୀ | Jim Guy Tucker |
ପର ଅଧିକାରୀ | Steve Clark |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | William Jefferson Blythe III ଅଗଷ୍ଟ ୧୯, ୧୯୪୬ Hope, Arkansas, U.S. |
ରାଜନୀତିକ ଦଳ | Democratic |
ଜୀବନ ସାଥୀ | |
ସନ୍ତାନ | Chelsea |
ବାପା/ବୋଉ | |
ଘର | Chappaqua, New York, U.S. Washington, D.C., U.S. |
ଶିକ୍ଷା | Georgetown University (BS) University College, Oxford Yale University (JD) |
ପୁରସ୍କାର | Presidential Medal of Freedom |
ସନ୍ତକ |
ଉଇଲିଅମ ଜେଫରସନ କ୍ଲିଣ୍ଟନ (ଇଂରାଜୀ ଭାଷାରେ William Jefferson Clinton (ଜନ୍ମ ଉଇଲିଅମ ଜେଫରସନ ବ୍ଲାଇଦ ୩/ William Jefferson Blythe III; ଅଗଷ୍ଟ ୧୯, ୧୯୪୬) ଜଣେ ଆମେରିକୀୟ ରାଜନୀତିଜ୍ଞ ଥିଲେ ଓ ସନ ୧୯୯୩-୨୦୦୧ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାର ୪୨ତମ ପ୍ରେସିଡେଣ୍ଟ (president of the United States) ବା ସଭାପତି :ଥିଲେ । ସଭାପତି ହେବା ପୂର୍ବରୁ ସେ ଆର୍କାନସେସର ଗଭର୍ଣ୍ଣର (governor of Arkansas (୧୯୭୯–୧୯୮୧ ଓ ୧୯୮୩–୧୯୯୨)) ଓ ଆର୍କନସାସ ଆଟର୍ଣ୍ଣି ଜେନେରାଲ (attorney general of Arkansas (୧୯୭୭–୧୯୭୯)) ଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ସେ ଡେମୋକ୍ରାଟିକ ପାର୍ଟିର ସଭ୍ୟ ଥିଲେ ଓ ନୂଆ ଡେମୋକ୍ରାଟ ଭାବରେ ପରିଚିତ ଥିଲେ ଓ ତାଙ୍କର ଅନେକ ନୀତି କେନ୍ଦ୍ରୀୟ ବା ତୃତୀୟ ପଥ (centrist "Third Way") ରାଜନୀତି ଦର୍ଶନ ପ୍ରଦର୍ଶନ କରୁଥିଲା । ପୂର୍ବତନ ସେକ୍ରେଟାରୀ ଅଫ ସ୍ଟେଟସ୍ ଓ ପୁର୍ବତନ ସିନେଟର ହିଲାରୀ କ୍ଲିଣ୍ଟନଙ୍କର ସେ ସ୍ୱାମୀ ଥିଲେ । ସନ ୧୯୯୮ରେ ହାଉସ ଅଫ ରିପ୍ରେଜେଣ୍ଟେଟିଭ ତାଙ୍କ ବିରୁଦ୍ଧରେ ମହାଅଭିଯୋଗ (Clinton was impeached) ପ୍ରସ୍ତାବ ଆଣିଥିଲେ । ହ୍ୱାଇଟ ହାଉସରେ ଥିବା ଜଣେ ୨୨ ବର୍ଷୀୟ ମହିଳା ମୋନିକା ଲେୱିନସ୍କି ସହ ପ୍ରେମ ସମ୍ପର୍କ କଥା ସେ ଲୁଚେଇ ଥିବାର ଅପରାଧ କରିଥିବା ଅଭିଯୋଗ ଆସଥିଲା । ୟୁନାଇଟେଡ ସ୍ଟେଟସ ସିନେଟ ତାଙ୍କୁ ଏହି ଅଭିଯୋଗରୁ ମୁକ୍ତ କରିଥିଲେ ଓ ତାଙ୍କର କାର୍ଯ୍ୟକାଳ ସଭାପତି ଆସନରେ ସମ୍ପୁର୍ଣ୍ଣ କରିଥିଲେ । ଆମେରିକାର ୧୩୦ ବର୍ଷର ଇତିହାସରେ ତାଙ୍କ ପୂର୍ବରୁ କେବଳ ଆଉ ଜଣେ ସଭାପତି ଆଣ୍ଡ୍ରୁ ଜନସନ ଏହିଭଳି ଅଭିଯୋଗର ସମ୍ମୁଖୀନ ହୋଇଥିଲେ ।
କ୍ଲିଣ୍ଟନ ଆର୍କାନସାସରେ ଜନ୍ମ ଗ୍ରହଣ କରି ଜର୍ଜଟାଉନ ବିଶ୍ୱବିଦ୍ୟାଳୟ, (Georgetown University),[୧] ୟୁନିଭରସିଟି କଲେଜ ଅକ୍ସଫୋର୍ଡ଼ University College, ଓ ୟାଲେ ଲ ସ୍କୁଲରେ (Yale Law School) ଶିକ୍ଷା ଲାଭ କରିଥିଲେ । ୟାଲେଠାରେ ସେ ହିଲାରୀ ରୋଧାମଙ୍କୁ ଭେଟିଥିଲେ ଓ ସନ ୧୯୭୫ରେ ତାଙ୍କ ସହିତ ବିବାହ କରିଥିଲେ । ଲ ସ୍କୁଲର ଶିକ୍ଷା ସମାପ୍ତ କରିବା ପରେ ସେ ଆର୍କାନସାସକୁ ଫେରି ଆସି ଆଟର୍ନି ଜେନେରାଲ ଅଫ ଅର୍କାନସାସ ଇଲେକସନରେ ଜୟ ଲାଭ କରି ସେହି ପଦବୀରେଏ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ପରେ ସେ ଆର୍କାନସାସର ଗଭର୍ଣ୍ଣର ହୋଇଥିଲେ । ସଭାପତି ଥିବା ସମୟରେ ସେ ଶିକ୍ଷା ପ୍ରଣାଳୀକୁ ପୁରା ବଦଳେଇ ଦେଇଥିଲେ ଓ ନ୍ୟାସନାଲ ଗଭର୍ଣ୍ଣର ଆସୋସିଏସନରୁ ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିଥିଲେ । ତଦାନନ୍ତିନ ଜର୍ଜ ବୁଶଙ୍କୁ ପରାସ୍ତ କରି ସେ ସନ ୧୯୯୨ରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ହୋଇଥିଲେ । ସେତେବେଳର ଇତିହାସରେ ସେ ମାତ୍ର ୪୬ ବର୍ଷ ବୟସରେ ତୃତୀୟ ଯୁବ ପ୍ରେସିଡେଣ୍ଟ ନିର୍ବାଚିତ ହୋଇଥିଲେ ।
ଆମେରିକା ଇତିହାସରେ ସର୍ବାଧିକ କାଳ ସେ ଶାନ୍ତି କାଳ ଅର୍ଥନୈତିକ ବିସ୍ତାର ସମୟରେ ପ୍ରେସିଡେଣ୍ଟ ଥିଲେ । ସନ ୧୯୯୪ର ଇଲେକସନରେ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ନିମନ୍ତେ ୟୁନାଇଟେଡ ସ୍ଟେଟସ କଂଗ୍ରେସ ଉପରେ ରିପବ୍ଲିକାନ ପାର୍ଟି ୟୁନିଫାଏଡ କଣ୍ଟ୍ରୋଲ (won unified control) ଲାଭ କରିଥିଲା ।
ପ୍ରାକ୍ ଜୀବନ ଓ ପେଷା
[ସମ୍ପାଦନା]ସନ ଅଗଷ୍ଟ ୧୯, ୧୯୪୬ରେ ସେ ହୋପ ଆର୍କାନସାସର (Hope) ଜୁଲିଆ ଚେଷ୍ଟର ଡାକ୍ତରଖାନାରେ ଜନ୍ମ ଗ୍ରହଣ କରିଥିଲେ ଓ ସେତେବେଳେ ତାଙ୍କର ନାମ ଉଇଲିଅମ ଜେଫରସନ ବ୍ଲାଇଦ ୩ ରଖାଯାଇଥିଲା । [୨]
ଆଧାର
[ସମ୍ପାଦନା]- ↑ "William J. Clinton Biography and Interview". American Academy of Achievement.
- ↑ "Directory of Irish Genealogy: American Presidents with Irish Ancestors". Homepage.eircom.net. March 23, 2004. Retrieved August 30, 2011.