ମଲାଜହ୍ନ
ମଲା ଜହ୍ନ | |
---|---|
ନିର୍ଦ୍ଦେଶକ | ନିତାଇ ପାଲିତ |
ପ୍ରଯୋଜକ | ଶ୍ରୀ ଫିଲ୍ମସ୍ - ବନବିହାରୀ ଦେବ (ଆଳି ରାଜା)[୧], ନିତାଇ ପାଲିତ, ଶ୍ରୀପ୍ରସାଦ କାନୁନଗୋ, ଅରବିନ୍ଦ ମିଶ୍ର, ଅକ୍ଷୟ ମହାନ୍ତି, ଅକ୍ଷୟ ମହାନ୍ତି (କାଶ୍ୟପ) |
ସଂଳାପ | ଭୀମ ସିଂ ଓ ଡକ୍ଟର ଗୋବିନ୍ଦ ସେନାପତି[୨] |
ଚିତ୍ରନାଟ୍ୟ | ନିତାଇ ପାଲିତ |
କାହାଣୀ | ଉପେନ୍ଦ୍ର କିଶୋର ଦାସ[୩] |
କଳାକାର | ଝରଣା ଦାସ, ଅକ୍ଷୟ ମହାନ୍ତି (କାଶ୍ୟପ), ଭୀମ ସିଂ, ମଣିମାଳା |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ସମ୍ପାଦକ | ରମେଶ ଯୋଶୀ |
ବିତରକ | ସଖା ଡିଷ୍ଟ୍ରିବ୍ୟୁଟର୍ସ (ଧୀର ବିଶ୍ୱାଳ)[୪] |
ମୁକ୍ତିଲାଭ ତାରିଖ | ୧୦ ଡିସେମ୍ବର ୧୯୬୫ |
କଥାଚିତ୍ରର ସମୟ | ୧୬୪ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମଲାଜହ୍ନ ୧୯୬୫ ମସିହାରେ କଟକର ପ୍ରଭାତ ସିନେମାରେ ମୁକ୍ତିଲାଭ କରିଥିଲା । ଏହା ଔପନ୍ୟାସିକ ତଥା ଚିତ୍ରଶିଳ୍ପୀ ଉପେନ୍ଦ୍ର କିଶୋର ଦାସଙ୍କ ରଚିତ ଉପନ୍ୟାସ "ମଲାଜହ୍ନ"ର ଚିତ୍ର ରୂପ । ଏହା ବର୍ତ୍ତମାନ ସି.ଏଚ୍.ଏସ୍.ଇ. ର ଏକାଦଶ ଶ୍ରେଣୀର ଇଛାଧୀନ ଓଡ଼ିଆ ପାଠ୍ୟପୁସ୍ତକରେ ପଢାଯାଉ ଅଛି।
କାହାଣୀ
[ସମ୍ପାଦନା]କଟକରେ ରହି ପାଠ ପଢୁଥିବା 'ସତୀ' (ଝରଣା ଦାସ) କୁଳୀନ ବ୍ରାହ୍ମଣ ଘରର ଝିଅ । ଗରିବ ବିଧବା ମାଦ୍ୱାରା ପରିପାଳିତ 'ନାଥନନା' ସତୀକୁ ଭଲ ପାଆନ୍ତି । ଧନୀ ଘରେ ବାହା ହେଲେ ଝିଅ ସୁଖରେ ରହିବ ବୋଲି ସତୀର ନନା 'ସତୀ'କୁ ବାଧ୍ୟକରି ବିପତ୍ନିକ ଜମିଦାର ପ୍ରୌଢ଼ ନରହରି ମିଶ୍ରଙ୍କ ସହ ବାହା କରିଦିଅନ୍ତି । ପ୍ରୌଢ଼ ନରହରି ମିଶ୍ରଙ୍କ ଘରେ ଏକ ରକ୍ଷିତା ସହ ପ୍ରଥମ ପକ୍ଷରୁ ପୁଅଟିଏ ଥାଏ । ଦିନେ ସପରିବାର ତୀର୍ଥ ଦର୍ଶନରେ ଧବଳେଶ୍ୱର ଯାଇଥିବା ବେଳେ ପ୍ରଚଣ୍ଡ ଝଡ଼ତୋଫାନ ଯୋଗୁଁ 'ସତୀ' ହଜିଯାଏ ଓ ନାଥନନାଙ୍କ ସହ ଦେଖା ହୁଏ । ପରଦିନ ନାଥନନା ସତୀକୁ ନରହରି ମିଶ୍ରଙ୍କ ଘରକୁ ଛାଡ଼ିବାକୁ ପହଞ୍ଚିଥିଲେ, କିନ୍ତୁ ପତ୍ନୀର ଚରିତ୍ରକୁ ସନ୍ଦେହ କରି ମିଶ୍ରେ 'ସତୀ'କୁ ଘରେ ପୁରାନ୍ତି ନାହିଁ । ଅଗତ୍ୟା 'ସତୀ'କୁ ନେଇ ନାଥନନା କଟକରେ ରଖନ୍ତି । 'ସତୀ' କିନ୍ତୁ ତା ବାପା, ମାଙ୍କ ପାଖକୁ ଯିବାକୁ ଚାହେଁ । ଗାଁକୁ ଫେରିବା ବେଳକୁ 'ସତୀ'ର ବାପା, ବୋଉ ଚାଲିଯାଇଥାନ୍ତି ଆରପାରିକୁ । ଗାଁ ଟାଉଟର ସମ୍ପତ୍ତି ହାତେଇବା ଲକ୍ଷ୍ୟରେ 'ସତୀ' ଓ ନାଥଙ୍କୁ ନେଇ ଗୁଜବ ସୃଷ୍ଟି କରେ । ସତୀ ଯାଇ ନଦୀରେ ଝାସ ଦିଏ ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ମଲା ଜହ୍ନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଝରଣା ଦାସ (ପ୍ରଥମ କଥାଚିତ୍ର)[୫]
- ଅକ୍ଷୟ ମହାନ୍ତି (କାଶ୍ୟପ)
- ମଣିମାଳା
- ପ୍ରିୟନାଥ ମିଶ୍ର (ପୀର)
- ଶରତ ପୂଜାରୀ
- ଭୀମ ସିଂହ
- ପୂର୍ଣ୍ଣ ସିଂହ
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ଅକ୍ଷୟ ମହାନ୍ତି[୬], ଏହା ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଧେଶନା ଥିଲା ।
- ଗୀତିକାର: ବିନୋଦିନୀ ଦେବୀ ତଥା ଅନ୍ୟମାନେ
- ପ୍ରଚ୍ଛଦପଟ ଗାୟକ: ପ୍ରଣବ ପଟ୍ଟନାୟକ, କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ଅକ୍ଷୟ ମହାନ୍ତି ଓ ନନ୍ଦିତା ଘୋଷ
ଗୀତ
[ସମ୍ପାଦନା]- ରକତ ଟଳମଳ ଖଇର ପାଞ୍ଚପଳ (କଣ୍ଠ: ଅକ୍ଷୟ ମହାନ୍ତି)
- ଗଲାଣି ତ ଗଲା କଥାରେ ସଙ୍ଗାତ (ରଚନା: ଚମ୍ପୂ, କବିସୂର୍ଯ୍ୟ ବଳଦେବ ରଥ, କଣ୍ଠ: ଅକ୍ଷୟ ମହାନ୍ତି)
- ମୋର ଅନ୍ତର ମନ୍ଦିରେ ରହି (ଜଣାଣ, ରଚନା- ଜଳୌକା ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ, କଣ୍ଠ: ପ୍ରଣବ ପଟ୍ଟନାୟକ)
- ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ (ରଚନା: ବନମାଳୀ ଦାସ, କଣ୍ଠ: ପ୍ରଣବ ପଟ୍ଟନାୟକ ଓ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ)
- ତୁଛାକୁ ମହୁ (ରଚନା: ବିନୋଦିନୀ ଦେବୀ, କଣ୍ଠ: କଲ୍ୟାଣୀ ଭଟ୍ଟାଚାର୍ଯ୍ୟ)
- ନାଁ'ଟି ମୋ ନାଁ'ଟି (ରଚନା: ବିନୋଦିନୀ ଦେବୀ, କଣ୍ଠ: ନନ୍ଦିତା ଘୋଷ[୭])
ଆଧାର
[ସମ୍ପାଦନା]- ↑ ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୧୮୨-୧୮୩.
{{cite book}}
: CS1 maint: location (link) - ↑ "Odia Movie!Malajahna!ମଲାଜହ୍ନ". ୟୁଟ୍ୟୁବ. Retrieved 16 September 2018.
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 66–. ISBN 978-1-136-77284-9.
- ↑ cinemasagar.com: malajahna
- ↑ Palit, Ashok (2011). "Orissa: Nitai Palit, the first Odia film director, Orissa Entertainment News". orissadiary.com. Archived from the original on 7 March 2013. Retrieved 24 January 2013.
Jharana Das started her career as a lead actress from MalaJanha
- ↑ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "Nandita Gosh sings 'Naanti Mo Naanti...' in Odia Movie 'Mala Janha'(1965)". ୟୁଟ୍ୟୁବ. ଓଡ଼ିଆ ମେଲୋଡ଼ି. Retrieved 16 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମଲାଜହ୍ନ