[go: nahoru, domu]

Jump to content

ରାଇନୋଫାଇମା

ଉଇକିପିଡ଼ିଆ‌ରୁ
Rhinophyma
ବିଭାଗDermatology, ENT surgery
ଲକ୍ଷଣEnlarged and bulbous nose[][]
ଆକ୍ରାନ୍ତ ସମୟOlder males[]
କାରଣUnclear[]
ବିପଦ କାରକRosacea[]
ରୋଗ ନିର୍ଣ୍ଣୟ ପଦ୍ଧତିExamination[]
ସଠିକ ରୋଗ ନିର୍ଣ୍ଣୟBasal cell cancer, sarcoidosis, lymphoma, leishmaniasis[]
ଔଷଧMetronidazole, azelaic acid, tetracycline antibiotics, isotretinoin[]
ଚିକିତ୍ସାMedications, procedures[]
ପୁନଃପୌନିକ0.1%[]

ରାଇନୋଫାଇମା ହେଉଛି ଏକ ପ୍ରକାର ରୋଗ ଯେଉଁଥିରେ ମଣିଷର ନାକ ଗୋଲାକାର ଓ ବଡ଼ ହୋଇଯାଏ ।[] [] ନାକ ଉପରେ ଛୋଟ ଛୋଟ ଫୁଲା ଓ ଗାତ ଦେଖାଯାଏ, ଚର୍ମ ଲାଲ ହୋଇପାରେ, ରକ୍ତନଳୀ ଦୃଶ୍ୟମାନ ହୋଇପାରେ ।[] ଏହାଦ୍ୱାରା ମାନସିକ ଚାପ ସୃଷ୍ଟି ହୁଏ ଏବଂ ନାକରୁ ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ ।[] ନାକ ବ୍ୟତୀତ ଥୋଡ଼ି, କାନ, ଆଖିପତା ଏବଂ କପାଳ ମଧ୍ୟ ସମାନ ଭାବରେ ପ୍ରଭାବିତ ହୋଇପାରେ ।[]

ଏହି ରୋଗର କାରଣ ସ୍ପଷ୍ଟ ହୋଇନାହିଁ ।[] ସାଧାରଣତଃ ଏହା ରୋଜେସିଆ ରୋଗର ଜଟିଳତା ଭାବରେ ଘଟିଥାଏ, ଯଦିଓ ବ୍ରଣ ପରେ ମଧ୍ୟ ହୋଇପାରେ ।[] [] ଏହା ଭୁଲ୍ ବଶତ ମଦ୍ୟପାନ ସହିତ ଲିଙ୍କ୍ ହୋଇଛି ।[] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ସେବାସେଅସ ଗ୍ରନ୍ଥି ଏବଂ ସଂଯୋଜକ ତନ୍ତୁ ବୃଦ୍ଧି ସହିତ ଜଡିତ ।[] ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ।[]

ଏହାର ଚିକିତ୍ସାରେ ମେଟ୍ରୋନିଡାଜୋଲ କିମ୍ବା ଆଜେଲାଇକ୍ ଏସିଡ୍ ପରି କ୍ରିମ୍ ବ୍ୟବ‌ହାର କରାହୋଇପାରେ; ଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ୍ କିମ୍ବା ପାଟିରେ ଆଇସୋଟ୍ରେଟିନୋଏନ୍ ଦିଆଯାଇପାରେ ।[] କ୍ରାୟୋଥେରାପି, ଡର୍ମାବ୍ରେସନ୍, ଏବଂ ଲେଜର ଥେରାପି ଭଳି ଅନେକ ପଦ୍ଧତି ବ୍ୟବହାର କରାଯାଇପାରେ ।[] ଏହି ପ୍ରଣାଳୀଗୁଡ଼ିକ ସାହାଯ୍ୟରେ ଅତି କମରେ ସ୍ୱଳ୍ପ ମିଆଦି ଉପକାର ମିଳିଥାଏ ।[] ରାଇନୋଫାଇମା ମଧ୍ୟରେ ବାସାଲ୍ କୋଷ କର୍କଟ ହୋଇପାରେ। []

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ରୋଗରେ ପ୍ରାୟ ୦.୧% ଲୋକ ପ୍ରଭାବିତ ହୋଇଛନ୍ତି ।[] ୫୦ ବର୍ଷରୁ ଅଧିକ ଧଳା ପୁରୁଷଙ୍କଠାରେ (ଗୋରା ଲୋକ) ଏହି ଅବସ୍ଥା ଅଧିକ ଦେଖାଯାଏ [] ଏସିଆ ଲୋକ ଏବଂ ଆଫ୍ରିକୀୟମାନଙ୍କଠାରେ ଏହା ଏକ ଅଭାବନୀୟ ଘଟଣା। [] ୧୪୦୦ ମସିହା ପରଠାରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି ।[] ଏହାକୁ ହୁଇସ୍କି ନାକ, ଜିନ ବ୍ଲୋସୋମ ଓ ଆଳୁ ନାକ ମଧ୍ୟ କୁହାଯାଏ ।[] ବାରମ୍ବାର ଏହି ଅବସ୍ଥା କଳଙ୍କ ସହିତ ଜଡିତ ଥାଏ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Rhinophyma". dermnetnz.org. DermNet NZ. Archived from the original on 26 May 2021. Retrieved 10 June 2021.
  2. ୨.୦ ୨.୧ ୨.୨ Cohen AF, Tiemstra JD (2002). "Diagnosis and treatment of rosacea". J Am Board Fam Pract. 15 (3): 214–7. PMID 12038728. Archived from the original on 2019-12-15. Retrieved 2021-05-21.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ Dick, Mary K.; Patel, Bhupendra C. (2020), "Rhinophyma", StatPearls, Treasure Island (FL): StatPearls Publishing, PMID 31335093, archived from the original on 2021-05-20, retrieved 2020-12-24
  4. ୪.୦ ୪.୧ Rook's textbook of dermatology (Ninth ed.). Chichester, West Sussex: Wiley. 2016. p. 91-3. ISBN 9781118441176.